Home ଦେଶ ପାକିସ୍ତାନର କିଛି ପ୍ରତ୍ୟେକ୍ଷ ଦର୍ଶୀ କହିଲେ ନିଜ ଆଖିରେ ଦେଖିଥିବା ଦୃଶ୍ୟ, ପାରାସୁଟ ରୁ...

ପାକିସ୍ତାନର କିଛି ପ୍ରତ୍ୟେକ୍ଷ ଦର୍ଶୀ କହିଲେ ନିଜ ଆଖିରେ ଦେଖିଥିବା ଦୃଶ୍ୟ, ପାରାସୁଟ ରୁ ଓହ୍ଲାଇବା ମାତ୍ରେ ନଷ୍ଟ କଲେ ମ୍ୟାପ ଓ ଖାଇବାକୁ ଲାଗିଲେ କାଗଜ ପତ୍ର ।

457
0

ଆମଭାରତ :  ବର୍ତମାନ ସମୟ ରେ ଭାରତ ଓ ପାକିସ୍ତାନ ମଧ୍ୟ ରେ ବିବାଦୀୟ ପରିସ୍ଥିତି ଲାଗି ରହିଛି I ଏହି ବିବାଦ କମିବା ନା ନେଉନି I ବିଗତ ଦିନ ରେ ହେଇଥିବା ପୁଲବାମା ଆତଙ୍କୀ ଆକ୍ରମଣ କୁ ନେଇ ଭାରତ ମଧ୍ୟ ଏକ ଏୟାର ଷ୍ଟ୍ରାଇକ କରିଥିଲା ଓ ଏହି ଭାରତ ର ଆକ୍ରମଣ ରେ ପାକିସ୍ତାନ ର ଵାଲାକୋଟ ରେ ଥିବା ଅନେକ ଆତଙ୍କୀ କ୍ୟାମ୍ପ ଗୁଡିକୁ ଧ୍ବଂସ କରାଯାଇଥିଲା I ଏହା କୁ ନେଇ ଭାରତ ସୀମା ରେ ପାକିସ୍ତାନ ତରଫରୁ ମଧ୍ୟ ଗୁଳିବିନିମୟ ଆରମ୍ଭ ହେଇଯାଇଥିଲା I ବୁଧବାର ଦିନ ସକାଳ ସମୟ ରେ ପାକିସ୍ତାନ ର F 16 ବିମାନ ଭାରତ ମଧ୍ୟ କୁ ପ୍ରବେଶ କରିଥିଲା ଓ ଆତଙ୍କିତ ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା I ଏହି ପାକିସ୍ତାନୀ ବିମାନ କୁ ପ୍ରତିଉତ୍ତର ଦେବାକୁ ଯାଇ ଭାରତୀୟ ପାଇଲଟ ଅଭିନନ୍ଦନ ତାଙ୍କୁ ଆକ୍ରମଣ କରିଥିଲେ ଓ ଇତି ମଧ୍ୟ ରେ ସେ LOC ସୀମା ଡେଇଁ ପାକିସ୍ତାନ ମଧ୍ୟ କୁ ପସିଯାଇଥିଲେ ଓ ତାଙ୍କ ବିମାନ ଟି ମଧ୍ୟ ସେଠାରେ ଦୁର୍ଘଟଣାଗ୍ରସ୍ତ ହେଇଥିଲା I ପଡିବା ପୂର୍ବ ରୁ ପାଇଲଟ ଅଭିନନ୍ଦନ ଙ୍କ ଗୁଳି ରେ ପାକିସ୍ତାନ ର ଏକ F 16 ବିମାନ ଧ୍ବଂସ ପାଇଯାଇଥିଲା I ହେଲେ ପାକିସ୍ତାନ ସୀମା ରେ ଅଭିନନ୍ଦନ ପଡିବା ପରେ ପାକିସ୍ତାନୀ ସେନା ତାଙ୍କୁ ଗିରଫ କରି ନେଇଥିଲେ I ଏବଂ ପାକିସ୍ତାନ ସରକାର ପାଇଲଟ ଅଭିନନ୍ଦନ ଙ୍କୁ ଛାଡିବାକୁ ଅନେକ ସର୍ତ୍ତ ରଖିଥିଲା କିନ୍ତୁ ଭାରତ ର ରଣନୀତି ଆଗ ରେ ପାକିସ୍ତାନ ହାର ମାନିଚି ଓ ଆଜି ପାଇଲଟ ଅଭିନନ୍ଦନ ଙ୍କୁ ରିଲିଜ କରିଛି I

ଗିରଫ ହେବା ପୂର୍ବ ରୁ ବାହାଦୁରି
ପାକିସ୍ତାନ ସେନା କବ୍ଜା ରେ ଥାଇ ମଧ୍ୟ ବିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ର ବାହାଦୁରି ଦେଖାଇଥିଲେ ଏବଂ ପାକିସ୍ତାନ ମେଜର ଙ୍କ ସହ ଆଲୋଚନା ସମୟ ର ଏକ ଭିଡିଓ ମଧ୍ୟ ଭାଇରଲ ହେବାର ଦେଖିବାକୁ ମିଳିଛି I ଏବଂ ସେ ବାହାଦୁରି ସହ ପାକିସ୍ତାନ ମେଜର ଙ୍କ ଆଖି ରେ କହି ମିଶାଇ କଥା କହିବାର ଦେଖିବାକୁ ମିଳିଛି I ଏବଂ ସେ କିଛି ଗୃରୁତ୍ୱପୁର୍ଣ ତଥ୍ୟ ମଧ୍ୟ ନଷ୍ଟ କରିଦେଇଛନ୍ତି ପାକିସ୍ତାନୀ ସେନା ଙ୍କ ହାତ ରେ ଗିରଫ ହେବା ପୂର୍ବ ରୁ I

ନଷ୍ଟ କରିଥିଲେ ସବୁ ଡକମେଣ୍ଟ
ପାକିସ୍ତାନ ର ଜଣେ ପ୍ରତାକ୍ଷଦର୍ଶୀ ମହମ୍ମଦ ରଜ୍ଜକ୍ (ଘର – ହରା ଗ୍ରାମ , ମୁଜାଫରବାଦ LOC ରୁ ପ୍ରାୟ 7 କିମି ଦୂର ) ଙ୍କ କହିବା ଅନଶୁୟାରେ ତାଙ୍କ ଘର ଠାରୁ ଏକ କିମି ଦୂର ରେ ଏହି ପ୍ଲେଟ ଦୁର୍ଘଟଣା ଗ୍ରସ୍ତ ହେଇଥିଲା I ପାଇଲଟ ଅଭିନନ୍ଦନ ପଡିବା ପରେ ଜାଣିପାରି ନ ଥିଲେ ଏହା ଭାରତ କି ପାକିସ୍ତାନ ତେଣୁ ସେଠାରେ କିଛି ସ୍ଥାନୀୟ ଲୋକ ଙ୍କୁ ପଚାରିଥିଲେ ଓ ଜଣେ ପାକିସ୍ତାନୀ ଯୁବକ କହିଥିଲା ଏହା ଭାରତ I ଏହା ପରେ ପାଇଲଟ ଅଭିନନ୍ଦନ ହିନ୍ଦୋସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ କିନ୍ତୁ ଅପର ପକ୍ଷ୍ୟ ର ଯୁବକ କହିଥିଲେ ପାକିସ୍ତାନ ଜିନ୍ଦାବାଦ I ଏହି ଘଟଣା କୁ ନେଇ ପାଇଲଟ ଅଭିନନ୍ଦନ ପାଖ ରେ ଥିବା ବନ୍ଧୁକ ବାହାର କରିଥିଲେ ଏବଂ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ I ଏହି ସମୟ ରେ ତାଙ୍କ ପାକେଟ ରେ ଥିବା କିଛି ନକ୍ସା କୁ ସେ ସଂଗେ ସଂଗେ ନଷ୍ଟ କରିଦେଇଥିଲେ I ସେଠାରେ କିଛି ପାକିସ୍ତାନୀ ଯୁବକ ତାଙ୍କୁ ଧରି ମାଡ଼ ମଧ୍ୟ ମାରିଥିଲେ କିନ୍ତୁ ପାକିସ୍ତାନୀ ସେନା ସେଠାରେ ପହଂଚି କୈଦ ଙ୍କୁ ନେଇଥିଲେ I

LEAVE A REPLY

Please enter your comment!
Please enter your name here