Home ବଡ ଖବର ସମୁଦ୍ରରୁ ନିଖୋଜ ଶବ ନୂଆନଈ ରୁ ଉଦ୍ଧାର l

ସମୁଦ୍ରରୁ ନିଖୋଜ ଶବ ନୂଆନଈ ରୁ ଉଦ୍ଧାର l

203
0

ଆମଭାରତ ( ପୁରୀ ) 31/3 : ଶୁକ୍ରବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଛାତ୍ର । ପୁରୀ ଦିଗବାରେଣୀ ବେଳାଭୂମି ସମୁଦ୍ରରେ ଗାଧୋଉଥିବା  ବେଳେ ଅଘଟଣ ଘଟିଛି । ବାଙ୍କି କଲେଜର ଜଣେ ଛାତ୍ର ଭବରଞ୍ଜନ ଦାସ ନିଖୋଜଥିଲେ l  ସେ ବାଙ୍କୀ କଲେଜର +୩ ଛାତ୍ର । ଭବରଂଜନଙ୍କ ସମେତ ୪ ବନ୍ଧୁ ପୁରୀ ବୁଲିବାକୁ ଆସିଥିଲେ । ଗତକାଲି  ନୂଆନଈ ମୁହାଣରୁ ଉଦ୍ଧା‌ର କରାଯାଇଛି। ପ୍ରକାଶ ଯେ, ବାଙ୍କି କଲେଜର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ପାରାଦୀପର ସ୍ଥିତିପ୍ରଜ୍ଞ ମଙ୍ଗରାଜ, ଅନୁଗୁଳର ରୀତେଶ ପ୍ରଧାନ ଓ କେନ୍ଦୁଝର ବିଶ୍ବନାଥ ହେମ୍ବ୍ରମ୍‌ଙ୍କ ସହ କେନ୍ଦ୍ରାପଡ଼ା ଇନ୍ଦୁପୁର ଧୂମାତ ଶାସନ ଗ୍ରାମର ଭାବଗ୍ରାହୀ ଦାଶଙ୍କ ପୁଅ ଭବରଞ୍ଜନ (୨୦) ଶୁକ୍ରବାର ବସ ଯୋଗେ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିଗବାରେଣୀ ଛକ ନିକଟକୁ ଯାଇ ସେଠାରେ ସମୁଦ୍ରରେ ଗାଧୋଇଥିଲେ। ଏହି ସମୟରେ ହଠାତ ଏକ ଲହଡ଼ି ଆସି ଭବରଞ୍ଜନଙ୍କୁ ସମୁଦ୍ରଗର୍ଭକୁ ଟାଣି ନେଇଥିଲା। ଅନ୍ୟମାନେ ଚିତ୍କାର କରିବାରୁ ଉପସ୍ଥିତ ଲାଇଫଗାର୍ଡମାନେ ସମୁଦ୍ରରେ ପଶି ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଭବରଞ୍ଜନଙ୍କର କୌଣସି ପତ୍ତା ମିଳି ନଥିଲା। ତେବେ ଗତକାଲି ଭବରଞ୍ଜନଙ୍କର ଶବ ନୂଆନଈ ମୁହାଣରେ ଲାଗିଥିବା ଖବର ପାଇ ପେଣ୍ଠକଟା ମେରାଇନ ଥାନା ପୁଲିସ ସେଠାରୁ ମୃତଦେହ ଜବତ କରିଛି l

LEAVE A REPLY

Please enter your comment!
Please enter your name here