Home ଅପରାଧ କଟକରେ ମନୋଜ ସ୍ୱାଇଁ କୁ ଏନ୍‌କାଉଣ୍ଟର l

କଟକରେ ମନୋଜ ସ୍ୱାଇଁ କୁ ଏନ୍‌କାଉଣ୍ଟର l

221
0

ଆମଭାରତ ( କଟକ ) 19/3 : କଟକ ମାଲଗୋଦାମ ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରେରେ ଅପରାଧୀ ମୁନୁ ଓରଫ୍ ମନୋଜ ସ୍ୱାଇଁ ଆହତ ହୋଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମନୋଜ ଯୋବ୍ରା ମହାନଦୀ କୂଳରେ ଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ହେଲେ ମନୋଜ ପୁଲିସ୍‌ ଉପରକୁ ଗୁଳି ଓ ବୋମା ମାଡ଼ କରିଥିଲା। ତେବେ ବୋମାମାଡ଼ରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ୩ ଜଣ ପୁଲିସ୍ କର୍ମୀ ଆହତ ହୋଇଛନ୍ତି।ମନୋଜ ପାଖରୁ ୩ଟି ବୋମା ଜବତ ହୋଇଛି। ଗତ ୧୬ ତାରିଖରେ ମାଲଗୋଦାମ ଅଞ୍ଚଳରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ମନୋଜ ସଂପୃକ୍ତ ଥିବା ଜଣାପଡ଼ିଛି।ପୋଲିସ ମନୋଜ ଉପରେ କଡା ନଜର ରଖିଛନ୍ତି l

LEAVE A REPLY

Please enter your comment!
Please enter your name here