Home ଦେଶ 7 ମାର୍ଚ୍ଚ ରେ ବିବାହ ହେବାର ଥିଲା ମେଜର ଚିତ୍ତରେଶ, ତମେ ନିଜ ବାହାଘର...

7 ମାର୍ଚ୍ଚ ରେ ବିବାହ ହେବାର ଥିଲା ମେଜର ଚିତ୍ତରେଶ, ତମେ ନିଜ ବାହାଘର ଛାଡି ଦେଶକୁ ବାଛିଲ… ଏ ଦେଶ ତମକୁ କେବେ ଭୁଲିବନି ।

349
0

ଆମଭାରତ  : ବମ ଡୀଫ୍ୟୁଜ କରିବା କୁ ଚେଷ୍ଟା କରିବା ସମୟ ରେ ସହିଦ ମେଜର ଚିତ୍ତରେଶ ସିଂ ଙ୍କ ର ଅନ୍ତିମ ସଂସ୍କାର ହେଇଚି I ଚିତ୍ତରେଶ ସିଂ ଙ୍କ ର ଆଗାମୀ 7 ମାର୍ଚ୍ଚ ରେ ବିବାହ ହେବାର ଥିଲା , ପୁରା ପରିବାର ତାଙ୍କ ବିବାହ ର ଜୋର ସୋର ରେ ପ୍ରସ୍ତୁତି ଆରମ୍ଭ କରିଥିଲା I କିନ୍ତୁ ଭାଗ୍ୟ ରେ କିଛି ଅଲଗା ହିଁ ଲେଖାଥିଲା , ବର୍ତମାନ ତାଙ୍କ ପରିବାର ଚିତ୍ତରେଶ ସିଂ ଙ୍କ ର ଅନ୍ତିମ ସଂସ୍କାର ପାଁଇ ପ୍ରସ୍ତୁତି କରୁଛନ୍ତି I

ଜାମୁ କାଶ୍ମୀର ରେ ରଜୋରି ଜିଲ୍ଲା ରେ ନିୟନ୍ତ୍ରଣ ରେଖା ପାଖ ରେ ଆଇଇଡି ନିଷ୍କ୍ରିୟ କରିବା ସମୟ ରେ ଏହି ମେଜର ଚିତ୍ତରେଶ ସିଂ(31) ସହିଦ ହେଇଛନ୍ତି I ନେହରୁ କଲୋନୀ ରେ ଥିବା ତାଙ୍କ ବାସ ଭବନ ରେ ଦୁଃଖ ର ଲହରୀ ଖେଳିଯାଇଛି I ଚିତ୍ତରେଶ ସିଂ ବିବାହ ପାଇଁ 28 ଫ୍ରେବୁଆରି କୁ ଘର କୁ ଆସିବାର ଥିଲେ I କିନ୍ତୁ ତାଙ୍କ ପାର୍ଥିବ ଶରୀର ମିଲିଟାରୀ ହସ୍ପିଟାଲ ରେ ରବିବାର ପହଞ୍ଚିସାରିଛି I ଏବଂ ସୋମବାର ସକାଳୁ ତାଙ୍କ ପାର୍ଥିବ ଶରୀର କୁ ତାଙ୍କ ଘର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି I ସେବା ନିବୃତ ପୋଲିସ ଅଧିକାରୀ କହିଛନ୍ତି କିପରି ବିଡମ୍ବନା ପରିବାର ଲୋକେ ଯାହା ଙ୍କ ର ବିବାହ ପାଁଇ ଖୁସି ରେ ପ୍ରସୂତି କରୁଥିଲେ ବର୍ତମାନ ତାଙ୍କ ର ହିଁ ଶେଷ ବିଦାୟ କାର୍ଯ୍ୟକ୍ରମ ହେବାକୁ ଯାଉଛି I

ମେଜର ଙ୍କ ର ପିତା ପୁଅ ର ବିବାହ କାର୍ଡ ମଧ୍ୟ ବାଣ୍ଟି ସାରିଥିଲେ I ଏବଂ ଅନେକ ଅତିଥି ଙ୍କୁ ଆମନ୍ତ୍ରିତ କରାଯାଇଥିଲା I ଏହି ମାସ ରେ ସେ କୁମାଉ ଜିଲ୍ଲା ରେ ଥିବା ନିଜ ଗ୍ରାମ ପିପଲି ଯାଇଥିଲେ I ମେଜର ନୌଶର ସେକ୍ଟର ରେ ବମ ନିରୋଧକ କାର୍ଯ୍ୟ ରେ ରତ ଥିଲେ I ଏବଂ ଏକ ଆଇଇଡି ନିଷ୍କ୍ରିୟ କରିବା ସମୟ ରେ ହିଁ ଏହା ବିସ୍ଫୋଟ ହେଇଥିଲା I

ମେଜର ଙ୍କ ର ପରିବାର ଓ ପଡୋଶୀ ଏହି ବାହାଦୁରି କାର୍ଯ୍ୟ ପାଁଇ ତାଙ୍କୁ ଇମାନଦାର କହୁଥିଲେ I ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ କହିଛନ୍ତି ମୁ ଦେଶ ପାଁଇ ସହିଦ ହେଇଥିବା ଚିତ୍ତରେଶ ସିଂ ଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି I ଏବଂ ତାଙ୍କ ପରିବାର ର ଏପରି ଦୁଖଦଃ ସମୟ ରେ ପୁରା ଦେଶ ତାଙ୍କ ସହ ଅଛି I

LEAVE A REPLY

Please enter your comment!
Please enter your name here