Home ଓଡ଼ିଶା ବଦଳିଲା କମିସନରେଟ୍‌ ପୁଲିସ୍‌ ଚେହେରା : ଯୋଗଦେଲେ ନୂଆ ଏସିପି, ଆଇଆଇସି ଅପରାଧ ରୋକିବା ଓ...

ବଦଳିଲା କମିସନରେଟ୍‌ ପୁଲିସ୍‌ ଚେହେରା : ଯୋଗଦେଲେ ନୂଆ ଏସିପି, ଆଇଆଇସି ଅପରାଧ ରୋକିବା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ

214
0

ଆମଭାରତ ( ଭୁବନେଶ୍ବର  ): ଦିନକୁ ଦିନ ରାଜଧାନୀରେ ‌ଚୋରି, ଡକାୟତି, ଛିନ୍‌ତାଇ, ଦୁଷ୍କର୍ମ ବଢ଼ି ଚାଲିଛି। କଥା କଥାକେ ଗୁଳି ଫୁଟୁଛି, ବୋମା ମାଡ଼ ହେଉଛି। ଯାହାକି କମିସନରେଟ୍‌ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଖାଲି ସେତିକି ନୁହେଁ ରାଜଧାନୀରେ ଭିଭିଆଇପି, ବରିଷ୍ଠନାଗରିକ, ମହିଳା, ନାବାଳିକାଙ୍କୁ ସୁରକ୍ଷା ଦେବା ବଡ଼ ଆହ୍ବାନ ହୋଇଛି। ବିଭିନ୍ନ ସମୟରେ ଲୋୟର ପିଏମ୍‌ଜିରେ ହେଉଥିବା ବିକ୍ଷୋଭ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ତେବେ ନିର୍ବାଚନ ପୂର୍ବରୁ ହଠାତ୍‌ କମିସନରେଟ୍‌ ପୁଲିସର ନବକଳେବର ପରେ ରାଜଧାନୀରେ ଆଇନ୍‌ଶୃଙ୍ଖଳା ଓ ଅପରାଧକୁ ରୋକିବା ଚ୍ୟାଲେଞ୍ଜ ହୋଇଛି। ଅଧିକାଂଶ ଜୋନ୍‌ ଓ ଥାନାରେ ନୂଆ ଏସିପି ଓ ଆଇଆଇସିଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଜୋନ୍‌-୧ ଏସିପି ଭାବେ ବିଷ୍ଣୁ ପ୍ରସାଦ ପାତ୍ର, ଜୋନ୍‌-୫ ଏସିପି ଭାବେ ଅନିଲ୍‌ କୁମାର ମିଶ୍ର ଏବଂ ଜୋନ୍‌-୬ ଏସିପି ଭାବେ ତରୁଣ କୁମାର ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି କ୍ୟାପିଟାଲ ଥାନା ଆଇଆଇସି ଭାବେ ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ମହିଳା ଥାନା ଆଇଆଇସି ଭାବେ ଅନସୂୟା ନାୟକ, ଶ୍ରୀଲିଙ୍ଗରାଜ ଥାନାରେ ଶରତ ଚନ୍ଦ୍ର ପାତ୍ର, ଏୟାରଫିଲ୍‌ଡ ଥାନା ଅଧିକାରୀ ଭାବେ ଜ୍ଞାନେନ୍ଦ୍ର କୁମାର ସାହୁ, ଏୟାରପୋର୍ଟ ଥାନାରେ ଉମାକାନ୍ତ ପ୍ରଧାନ, ତମାଣ୍ଡୋ ଥାନାରେ ଅନିଲ କୁମାର ବେଉରିଆ, ଖଣ୍ଡଗିରି ଥାନାରେ ରଶ୍ମିରଂଜନ ମହାପାତ୍ର, ବାଲିଅନ୍ତା ଥାନାରେ ବଳରାମ ନାୟକ, ନୂଆପଲ୍ଲୀ ଥାନାରେ ଅରୁଣ କୁମାର ସ୍ବାଇଁ, ମଞ୍ଚେଶ୍ବର ଥାନାରେ ଜତୀନ୍ଦ୍ରନାଥ ସେଠୀ, ସହିଦନଗର ଥାନାରେ ବିରଞ୍ଚି ନାରାୟଣ ପାତ୍ର, ଚନ୍ଦକା ଥାନାରେ ଦେବେନ୍ଦ୍ର କୁମାର ବିଶ୍ବାଳ, ନନ୍ଦନକାନନ ଥାନାରେ ପରମାନନ୍ଦ ନାୟକ, ଇନ୍‌ଫୋସିଟି ଥାନାରେ ବିଶ୍ବଜିତ୍‌ ମହାନ୍ତି ଏବଂ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଭାବେ ବିଶ୍ବ ରଂଜନ ନାୟକଙ୍କୁ ନିଯୁକ୍ତି ଦିଆଯାଇଛିl

ଦୀର୍ଘ ବର୍ଷ ପରେ କମିସନରେଟ୍‌ ପୁଲିସରେ ଏପରି ଅଦଳ ବଦଳ କେତେ ଫଳପ୍ରଦ ହେବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ପୁଲିସ ସବୁବେଳେ ଅପରାଧୀଙ୍କୁ ଦମନ କରିଛି। ଆଉ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଆସିଛି। ଅଦଳବଦଳ ଏକ ସରକାରୀ ବ୍ୟବସ୍ଥା। ବିଶେଷ କରି ନିର୍ବାଚନ ଆୟୋଗକଙ୍କ ନିୟମ ଅନୁଯୟୀ ଏହି ପ୍ରକ୍ରିୟାକୁ ଲାଗୁ କରାଯାଇ ଅଭିଜ୍ଞତା ଓ ଦକ୍ଷତା ଭିତ୍ତିରେ ପୁଲିସ ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। କିଛିଦିନ ମଧ୍ୟରେ ନୂଆ ଅଧିକାରୀମାନେ ରାଜଧାନୀ ପରିବେଶ ସହ ଖାପଖୁଆଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଶ୍ରୀ ମହାନ୍ତି ଭରସା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here