Home ବଡ ଖବର ପାକିସ୍ତାନକୁ ଏହା ସ୍ପଷ୍ଟ କରାଯାଇଛି ଯେ ତାଙ୍କ ପାଖରେ ଥିବା ଭାରତୀୟ ପାଇଲଟଙ୍କ କିଛି କ୍ଷତି...

ପାକିସ୍ତାନକୁ ଏହା ସ୍ପଷ୍ଟ କରାଯାଇଛି ଯେ ତାଙ୍କ ପାଖରେ ଥିବା ଭାରତୀୟ ପାଇଲଟଙ୍କ କିଛି କ୍ଷତି ଯେପରି ନହୁଏ । ତାଙ୍କ କବଜାରେ ଅଛନ୍ତି କେବଳ ଜଣେ ଭାରତୀୟ ପାଲଇଟ୍ ।

286
0

ଆମଭାରତ : ଫଟୋ ଦେଖାଇ  ଭୁଲ ସୂଚନା ଦେଉଥିବା ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି।  ବୁଧବାର ସକାଳେ ଭାରତୀୟ ବାୟୁସୀମାକୁ ପଶି ଆସିଥିବା ପାକ୍ ଏୟାରକ୍ରାଫ୍ଟକୁ ମୁହଁତୋଡ଼ ଜବାବ ଦେଇଥିଲେ ଭାରତୀୟ ବାୟୁସେନା। ଏଥିରେ ଗୋଟିଏ ପାକ୍ ଲଢୁଆ ବିମାନକୁ ମାରି ତଳେ ପକାଇ ଦିଆଯାଇଥିଲା।

ପାକିସ୍ତାନୀ ସେନାର ମୁଖପାତ୍ର  ମେଜର ଜେନେରାଲ ଆସିଫ ଗଫୁର ୟୁଟର୍ଣ୍ଣ ନେଇ ଟ୍ଵିଟ୍ କରିଛନ୍ତି ଯେ, ପାକିସ୍ତାନୀ ସେନାର କବଜାରେ କେବଳ ଜଣେ ପାଇଲଟ୍ ଅଛନ୍ତି। ମିଲିଟାରୀ କାନୁନ ଅନୁଯାୟୀ  ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ସେହି ପରି ବ୍ୟବହାର କରାଯାଉଛି। ଏହି ଟ୍ଵିଟ୍ ସହିତ ମୁଖପାତ୍ର ଏକ ଫଟୋ ମଧ୍ୟ  ସେୟାର  କରିଛନ୍ତି।

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପାକିସ୍ତାନର ଏହିପରି ବ୍ୟବହାର ଅନ୍ତରାଷ୍ଟ୍ରୀୟ ମାନବିକ ନିୟମ ଏବଂ ଜେନେଭା ନିୟମର ଉଲ୍ଲଂଘନ । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାକୁ ଏହା ସ୍ପଷ୍ଟ କରାଯାଇଛି ଯେ ତାଙ୍କ ପାଖରେ ଥିବା ଭାରତୀୟ ପାଇଲଟଙ୍କ କିଛି କ୍ଷତି ଯେପରି ନହୁଏ । ଭାରତ ବାୟୁସେନାର ପାଇଲଟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଆଶା କରୁଛି ।

ମାତ୍ର ଏହି ଅପରେସନ ପରେ ପାକିସ୍ତାନ ଦାବି କରିଥିଲା ଯେ,  ତାଙ୍କ କବଜାରେ ଦୁଇ ଭାରତୀୟ ପାଇଲଟ ଅଛନ୍ତି। ମାତ୍ର ସନ୍ଧ୍ୟା ହେଉ ହେଉ ପାକିସ୍ତାନୀ ଆର୍ମିର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଖୋଦ୍ ଟ୍ଵିଟ୍ କରି କହିଛନ୍ତି ଯେ, ତାଙ୍କ କବଜାରେ କେବଳ ଜଣେ ପାଇଲଟ୍ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ହସ୍ପିଟାଲରେ ଆହତ ଅବସ୍ଥାରେ ଯେଉଁ ପାଇଲଟକୁ ପାକିସ୍ତାନ ଭାରତର ବୋଲି ଦର୍ଶାଉଥିଲା, ତାହା ପାକିସ୍ତାନର ବାୟୁସେନାର  ହିଁ ପାଇଲଟ୍ ଥିଲେ। ଏହି ପରି ପୁଣି ଥରେ ପାକିସ୍ତାନର ମିଛ ଧରା ପଡ଼ିଛି।

MEA: It was made clear that Pakistan would be well advised to ensure that no harm comes to the Indian defence personnel in its custody. India also expects his immediate and safe return.

ANI

@ANI

MEA: India also strongly objected to Pakistan’s vulgar display of an injured personnel of the Indian Air Force in violation of all norms of International Humanitarian Law and the Geneva Convention.

View image on Twitter

LEAVE A REPLY

Please enter your comment!
Please enter your name here