Home ଓଡ଼ିଶା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଗୃହୀତ ।

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଗୃହୀତ ।

195
0

ଆମଭାରତ :   ରାଜ୍ୟ କ୍ୟାବିନେଟର ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ବିଭାଗର ୧୭ ଟି ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବହୁଳ ବ୍ୟବହାର କଲେ ପୁରସ୍କାର ମିଳିବ ବୋଲି ନିଷ୍ପତ୍ତି ହୋଇଛି । ଏହାସହ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ପରିବାରକୁ ମିଳିବ କ୍ଷତିପୂରଣ । ତିନି ଦିନ ତଦନ୍ତ ସାରି ୧୫ ଦିନ ଭିତରେ ଏହି କ୍ଷତି ପୂରଣ ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ସେହିପରି କାଳିଆ ଯୋଜନାର କଳେବର ବୃଦ୍ଧି କରାଯାଇଛି । ଆଗକୁ ଆଉ ୧୦ ଲକ୍ଷ ଚାଷୀ ସାମିଲ ହେବେ । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନଙ୍କୁ ଅଧିକ ୧୦ ଲକ୍ଷ ତାଲିକାରେ ଯୋଡ଼ା ଯିବ । ଫଳରେ ୩୫ ଲକ୍ଷ ନୁହେଁ ଏଣିକି ୪୫ ଲକ୍ଷ ହିତାଧିକାରୀ ପାଇବେ କାଳିଆ ଟଙ୍କା । ସେହିପରି ସରକାରୀ ଡାକ୍ତରଙ୍କ ପଦୋନ୍ନତିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

LEAVE A REPLY

Please enter your comment!
Please enter your name here