Home ଭାରତ ବିବାହ ନିମନ୍ତ୍ରଣ ପତ୍ରରେ ବର ଉପହାର ବଦଳରେ ୨୦୧୯ରେ ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି...

ବିବାହ ନିମନ୍ତ୍ରଣ ପତ୍ରରେ ବର ଉପହାର ବଦଳରେ ୨୦୧୯ରେ ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

276
0

ଆମଭାରତ ( ହାଇଦ୍ରାବାଦ ) ..- ହାଇଦ୍ରାବାଦ ଏବେ ଉଭୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜଧାନୀ । ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁ ନାଇଡୁଙ୍କର ଶାସନ ଚାଲିଥିବା ବେଲେ ତେଙ୍ଗାନାରେ ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ମୁଖ୍ୟମନ୍ତ୍ରୀ । ଉଭୟ ଏବେ ବିଜେପିର ବିରୋଧି । ହେଲେ ଏହି ଦୁଇ ରାଜ୍ୟର ରାଜଧାନୀ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ନିମନ୍ତ୍ରଣ ପତ୍ରରେ ବର ଉପହାର ବଦଳରେ ୨୦୧୯ରେ ମୋଦୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
ହାଇଦ୍ରାବଦରେ ୨୭ ବର୍ଷିୟ ୟାନ୍ଦେ ମୁକେଶ ରାଓ ବିବାହ କରିଛନ୍ତି । ବିବାହ ନିମନ୍ତ୍ରଣ ପତ୍ରରେ ସେ ଉପହାର ନଆଣି ଏହି ଅର୍ଥକୁ ଦାନ ଦେବା ପାଇଁ ନିବେଦନ କରିବା ସହ ମୋଦୀଙ୍କୁ ଭୋଟ୍‌ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ସେ ତେଲେଙ୍ଗାନା ବିଦ୍ୟୁତ ବିଭାଗରେ ଯନ୍ତ୍ରୀ ଭାବେ କାମ କରିନ୍ତି । ମୋଦୀଙ୍କର ସେ ଜଣେ ବଡ ପ୍ରଶଂସକ । ହିନ୍ଦୁସ୍ତାନ ଟାଇମସ୍‌ରେ ଏହି ଖବର ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here