Home ବଡ ଖବର ପ୍ରତି ଟଙ୍କାଟିଏ ଆୟ ପାଇଁ ସରକାରଙ୍କୁ ପ୍ରାୟ ୧୯ ପଇସା କରଜ କରିବାକୁ ପଡିବ...

ପ୍ରତି ଟଙ୍କାଟିଏ ଆୟ ପାଇଁ ସରକାରଙ୍କୁ ପ୍ରାୟ ୧୯ ପଇସା କରଜ କରିବାକୁ ପଡିବ l

242
0
The Union Minister for Railways, Coal, Finance and Corporate Affairs, Shri Piyush Goyal addressing a Post-Budget Press Conference, in New Delhi on February 01, 2019. The Minister of State for Finance, Shri Shiv Pratap Shukla and the Secretary, Department of Economic Affairs, Shri S.C. Garg are also seen.

ଆମଭାରତ ( ନୂଆଦିଲ୍ଲୀ ): ଆଜି ଲୋକସଭାରେ ମୋଦି ସରକାର ନିଜର କାର୍ଯ୍ୟକାଳର ଶେଷ ବଜେଟ ଆଗତ କରିଛନ୍ତି । ଆଗାମୀ ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିରେ କୃଷକମାନଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ ଲାଗି ଘୋଷଣା କରାଯାଇଥିବାବେଳେ ଶ୍ରମିକମାନଙ୍କୁ ୬୦ ବର୍ଷ ପରେ ପେନସନ ସୁବିଧା ଦିଆଯାଇଛି । ତେବେ ଆଜିର ସବୁଠାରୁ ବଡ଼ ଘୋଷଣା ହେଲା ଯେ ବ୍ୟକ୍ତିକର ଆୟକର ଛାଡସୀମା ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି । ଏହା ଦ୍ୱାରା ମଧ୍ୟବିତ୍ତ ବ୍ୟକ୍ତିଙ୍କୁ ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ସରକାରଙ୍କ ଏସବୁ ଲୋକ ଲୋଭନୀୟ ଯୋଜନା ଦ୍ୱାରା ସରକାରଙ୍କ ଆୟବ୍ୟୟ ଗୋଳମାଳ ହେବନି ତ?

ବଜେଟରେ ସରକାରଙ୍କ ଆୟବ୍ୟୟ ହିସାବକୁ ଦେଖିଲେ ଜଣାପଡେ ଯେ ପ୍ରତି ଟଙ୍କାଟିଏ ଆୟ ପାଇଁ ସରକାରଙ୍କୁ ପ୍ରାୟ ୧୯ ପଇସା କରଜ କରିବାକୁ ପଡିବ । ସେହିପରି ଏହି ଟଙ୍କାଟିଏ ମଧ୍ୟରୁ ଜିଏସଟି ଟିକସ ବାବଦରେ ସର୍ବାଧିକ ୨୧ ପଇସା ପାଇବେ । ସେହିପରି କର୍ପୋରେଟ ଟିକସ ବାବଦରେ ମଧ୍ୟ ସରକାର ୨୧ ପଇସା ପାଇବେ । ଆୟକର ବାବଦରେ ସରକାର ୧୭ ପଇସା ପାଇବେ । ସେହିପରି ସରକାରଙ୍କ ୧ ଟଙ୍କା ବ୍ୟୟ ମଧ୍ୟରେ ସର୍ବାଧିକ ଭାଗ ରହିଛି ରାଜ୍ୟମାନଙ୍କୁ ଦିଆଯାଉଥିବା ଟିକସଭାଗ । ସୁଧ ପରିଶୋଧ ବାବଦରେ ସରକାର ୧୮ ପଇସା ବ୍ୟୟ କରିବେ । କେନ୍ଦ୍ରୀୟ ଯୋଜନା ଗୁଡ଼ିକ ବାବଦରେ ସରକାର ୧୨ ପଇସା ବ୍ୟୟ କରିବେ ।

LEAVE A REPLY

Please enter your comment!
Please enter your name here