Home ବଡ ଖବର ଏଣିକି ବାଇକ୍ ଦୁର୍ଘଟଣାରେ ଯିବନି କାହାର ବି ଜୀବନ । ବଜାରକୁ ଆସିଲା ନୂଆ ଟେକନିକ୍,...

ଏଣିକି ବାଇକ୍ ଦୁର୍ଘଟଣାରେ ଯିବନି କାହାର ବି ଜୀବନ । ବଜାରକୁ ଆସିଲା ନୂଆ ଟେକନିକ୍, ଆକ୍ସିଡେଂଟ ହେବା କ୍ଷଣି ଚାଳକଙ୍କୁ କରିବ କଭର ।

251
0

ଆମଭାରତ: ଆମ ଶରୀରକୁ ସବୁଠାରୁ ବେଶି ବିପଦ ମୁଣ୍ଡରେ ଆଘାତ ଲାଗିବା କାରଣରୁ ହିଁ ହୋଇଥାଏ ଆଉ ଯଦି ତାହା ବହୁତ ଗମ୍ଭୀର ହୋଇଥିବ ତେବେ ଉକ୍ତ ବ୍ୟକ୍ତି କୋମା, ପାଗଳ, ସ୍ମୃତି ଶକ୍ତି ହରାଇବା କିମ୍ବା ଜୀବନ ବି ଚାଲିଯାଇପାରେ । ଦୁର୍ଘଟଣାରେ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକର କ୍ଷତି ଆପଣଙ୍କୁ ସାମାନ୍ୟ ଲାଗିଥାଏ ସତ କିନ୍ତୁ ମୁଣ୍ଡରେ ଆଘାତ ଲାଗିବା ଦ୍ୱାରା ବ୍ୟକ୍ତିର ବଂଚିବା ନେଇ କୌଣସି ଗ୍ୟାରେଂଟି ରହିନଥାଏ । ହେଲେ ଏବେ ଆଉ ଏଭଳି ହେବ ନାହିଁ । ଏଣିକି କୌଣସି ବି ବ୍ୟକ୍ତିଙ୍କର ବାଇକ୍ ଜନିତ ଦୁର୍ଘଟଣାରେ ଜୀବନ ଯିବ ନାହିଁ । କାରଣ ବଜାରକୁ ବର୍ତ୍ତମାନ ଏଭଳି ବି ଟେକନିକ୍ ଚାଲିଆସିଲାଣି, ଯାହାଦ୍ୱାରା ଚାଳକଙ୍କୁ ସଂପୂର୍ଣ୍ଣ ସୁରକ୍ଷା ମିଳିବ ।କାର ଭଳି ଏଣିକି ମୋଟରସାଇକେଲରେ ବି ସେଫ୍ଟି ପାଇଁ ଏୟାରବ୍ୟାଗ ମିଳିବ । ନ୍ୟୁୟର୍କର କଂପାନୀ Cheddar ଫାଉଣ୍ଡର ଏବଂ ସିଇଓ ଜନ ଷ୍ଟିନବର୍ଗ ନିଜ ସୋସିଆଲ ପେଜରେ ମୋଟରସାଇକେଲ ଏୟାରବ୍ୟାଗର ଏକ କନସେପ୍ଟ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ଏୟାରବ୍ୟାଗ ଫର୍ ବାଇକ’ ର ନାଁ ଦିଆଯାଇଛି । ତେବେ ଏହି ଏୟାରବ୍ୟାଗ ଏକ ବେଲ୍ଟରେ ରହିବ, ଯାହାକି ଉଭୟ ରାଇଡିଂ ସିଷ୍ଟମ ଏବଂ ସିଟକୁ ସିକ୍ୟୁର କରିବ ।ରାଇଡିଂ ସମୟରେ ଏହି ବେଲ୍ଟକୁ ଗାଡି ଚାଳକଙ୍କୁ ପିନ୍ଧିବାକୁ ହେବ । ଦୁର୍ଘଟଣା ସମୟରେ ବେଲ୍ଟରୁ ଏୟାରବ୍ୟାଗ ବାହାରି ରାଇଡରକୁ କଭର କରିଦେବ । ସେହିପରି ଏଥିରେ ମୋସନ ସେନସର ମଧ୍ୟ ରହିଛି, ଯାହା ବିପଦ ସମୟରେ ଆକ୍ଟିଭ ହୋଇଯିବ । ତେବେ ଏହାକୁ କେବେ ଲଂଚ କରାଯିବ ଏବଂ ଏହାର ଦାମ କେତେ ରହିବ , ଏସଂପର୍କରେ ଏଯାବତ୍ କୌଣସି ବି ସୂଚନା ଆମକୁ ହସ୍ତଗତ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here