Home ବଡ ଖବର ଆନ୍ଦୋଳନକୁ ଓହ୍ଲାଇବ ପୁଲିସ ସଂଘ l

ଆନ୍ଦୋଳନକୁ ଓହ୍ଲାଇବ ପୁଲିସ ସଂଘ l

295
0

ଆମଭାରତ { ଭୁବନେଶ୍ୱର } : ଓଡ଼ିଶା ପୁଲିସ ସଂଘ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଚେତାବନୀ ଦେଇଛି । ସଂଘର ୬ଟି ପ୍ରମୁଖ ଦାବିକୁ ସରକାର ପୂରଣ ନକଲେ ଆସନ୍ତା ୨୮ ତାରିଖ ପରେ ପୁଲିସ କର୍ମଚାରୀ ଆନ୍ଦୋଳକୁ ଓହ୍ଲାଇବେ । ପୁଲିସ କର୍ମଚାରୀଙ୍କ ଦାବି ପୂରଣ ଲାଗି ରାଜକୋଶରେ ଟଙ୍କା ନଥିବା କହି ସରକାର ଏଡାଇ ଯାଉଛନ୍ତି । ହେଲେ ଯୋଜନା ଲାଗି ଟଙ୍କା କେଉଁଠୁ ଆସୁଛି ବୋଲି ସଂଘ ପ୍ରଶ୍ନ କରିଛି ।
ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର କହିଥିଲେ ଯେ, ସରକାରୀ ପ୍ରୋତ୍ସାହନରେ କୁଣ୍ଠା ଓ କାର୍ପଣ୍ୟତା ଯୋଗୁଁ ପୁଲିସ କର୍ମଚାରୀମାନେ ଆତ୍ମ ଉତ୍ପୀଡନର ଶିକାର ହେଉଛନ୍ତି । ପୁଲିସ କର୍ମଚାରୀମାନେ ସମାଜର ମୂଲ୍ୟବାନ କାର୍ଯ୍ୟଗୁଡିକୁ ସମ୍ପାଦନ କରୁଥିବା ବେଳେ ସେମାନଙ୍କ ପରିଶ୍ରମ ଅନୁସାରେ ବେତନ ଅତିନଗଣ୍ୟ । ସେହିପରି କେନ୍ଦ୍ରସରକାରଙ୍କ ଅଧିନରେ ଥିବା ପୁଲିସ ବାହୀନି ତୁଳନାରେ ଓଡିଶା ପୁଲିସ ମାତ୍ରଧିକ କମ ବେତନ ପାଉଛି । ଫଳରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ କଷ୍ଠକର ବ୍ୟାପାର ହୋଇପଡୁଛି ।
୨୦୧୬ ମସିହାର ପୁଲିସ ସଂଘ ୧୩ଟି ସମାସ୍ୟାର ସମାଧାନ ନେଇ ସରକାରଙ୍କ ପାଖରେ ଦାବି କରି ଆସୁଛି । ସରକାର ଏହାକୁ କର୍ଣ୍ଣପାତ ନକରିବା ଓ ରାଜକୋଶରେ ଟଙ୍କା ନଥିବାରୁ ଶେଷରେ ୬ଟି ପ୍ରମୁଖ ଦାବି ପୂରଣ ଲାଗି ପ୍ରସ୍ତାବ ଦେଇଥିଲେ । ମାତ୍ର ସରକାର ତାହାକୁ ମଧ୍ୟ ପୂରଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏପରିକି ରାଜକୋଶରେ ଟଙ୍କା ନଥିବା କହି ଅଗ୍ରାହ୍ୟ କରିଦେଇଛନ୍ତି । ତେବେ ପୁଲିସ କର୍ମଚାରୀଙ୍କ ଲାଗି ରାଜକୋଶ ଖାଲି ଥିବା ବେଳେ ସରାକାରୀ ଯୋଜନା ଲାଗି ଟଙ୍କା କେଉଁଠୁ ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ସରକାର ସେମାନଙ୍କ ଦାବିକୁ ପୂରଣ ନକରନ୍ତି, ତେବେ ପୁଲିସ କର୍ମଚାରୀମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here