Home ଓଡ଼ିଶା ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

286
0

ଆମଭାରତ : ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ଏଥିରେ ରାଜ୍ୟରେ ମୋଟ୍‌ ୩ କୋଟି ୧୮ ଲକ୍ଷ ୭୮୭ ଭୋଟର ଅଛନ୍ତି । ଭୋଟର ତାଲିକାରେ ୫ଲକ୍ଷ ୩୯ହଜାର ୪୫୪ ଭୋଟର ବୃଦ୍ଧି ହୋଇଛନ୍ତି । ୧୧ ଲକ୍ଷ ୯୮ ହଜାର ୮୧୯ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ୬ ଲକ୍ଷ ୫୦ ହଜାର ୩୬୫ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି । ପ୍ରତି ହଜାରେ ପୁରୁଷ ଭୋଟରରେ ମହିଳା ଭୋଟର ୯୪୬ ରହିଛନ୍ତି । ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।୧ ଲକ୍ଷ ୮୦ ହଜାର ୩୯୧ ଭୋଟର ତାଲିକାରୁ ବାଦ୍‌ ପଡିଛନ୍ତି । ଏକାଧିକ ସ୍ଥାନରେ ନାମ ଥିବାରୁ ସେମାନେ ବାଦ୍‌ ପଡ଼ିଛନ୍ତି । ୨୦୧୮ରେ ୩୫ହଜାର ୮୯୬ଟି ବୁଥ୍‌ ରହିଥିଲା। ମୋଟ୍‌ ୩୭,୬୦୬ଟି ବୁଥ୍‌ରେ ମତଦାନ ହେବ। ତାଲିକାରେ ନାମ ଦାଖଲ ପାଇଁ କାଲିଠୁ ଆବେଦନ କରିହେବ। ଯେଉଁମାନଙ୍କର ନାଁ ଭୋଟର ତାଲିକାରେ ନାହିଁ ବା ସଂଶୋଧନ ପାଇଁ ଚାହୁଁଛନ୍ତି ସେମାନେ ଅନଲାଇନରେ ପୁନଃଆବେଦନ କରିପାରିବେ। ଆସନ୍ତା ୨୫ରୁ ଭୋଟର ଡିଷ୍ଟ୍ରିକ୍‌ କଲ ସେଣ୍ଟର ଆରମ୍ଭ ହେବ। ମାସ ଶେଷ ସୁଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଭୋଟର ସହାୟତା କେନ୍ଦ୍ର ସ୍ଥାପନ ହେବ । ଖୁବ୍‌ ଶୀଘ୍ର ଆସିବ ‘ଭୋଟର ହେଲ୍ପ୍ ଲାଇନ୍‌’ ଆପ୍‌। ମୋବାଇଲ୍‌ରେ ଆପ୍‌ ଡାଉନଲୋଡ୍‌ କରି ସବୁ ତଥ୍ୟ ପାଇପାରିବେ ଭୋଟର ।

LEAVE A REPLY

Please enter your comment!
Please enter your name here