Home ଓଡ଼ିଶା କୁହୁଡି ପାଇଁ ୧୨ଟି ଜିଲାରେ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି...

କୁହୁଡି ପାଇଁ ୧୨ଟି ଜିଲାରେ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି l

258
0

ଆମଭାରତ { ଭୁବନେଶ୍ବର } : ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ରହିବ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବୁଧବାର ଓ ଗୁରୁବାର ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଆଦି ୧୨ଟି ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ଜିଲାର କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ୨୬ ଓ ୨୭ ତାରିଖରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଘନ କୁହୁଡି ଯୋଗୁଁ ଯାତାୟାତ ବାଧା ପ୍ରାପ୍ତ ହେଉଥିବାର ଦେଖିବାକୁ ମିଳିଛି। ଏହାସହ ଅନେକ ସ୍ଥାନରେ କୁହୁଡି ଯୋଗୁଁ ଦୁର୍ଘଟଣା ଘଟୁଥିବାର ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here